୩ ବର୍ଷରେ ପୂରଣ ହେବ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପ୍ରଦାନ । ଝାରସୁଗୁଡା, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର । ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସୋନପୁରରର ଲକ୍ଷ୍‌ମଣ ଭୋଇ, ସୁନ୍ଦରଗଡର ଅମୁଲ୍ୟ ପ୍ରଧାନ ପୁରସ୍କୃତ ହୋଇଛନ୍ତି । ବଲାଙ୍ଗୀର ଧ୍ରୁବ ଚରଣ ବେହେରା ପୁରସ୍କୃତ ହୋଇଛନ୍ତି । ଢେଙ୍କାନାଳ , ଜଗତସିଂହପୁର ଓ ଅନୁଗୁଳକୁ ପୁରସ୍କୃତ ହୋଇଛନ୍ତି । ୧୦ ବ୍ଲକ ଶିକ୍ଷାଧିକାରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟପଟେ

ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷା କ୍ଷେତ୍ରରେ ୨ଟି ବଡ ଆହ୍ୱାନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଡ୍ରପ ଆଉଟ ହାର ଓ ହ୍ରାସ ଗୁଣାତ୍ମକ ଶିକ୍ଷା ପ୍ରଦାନ ୨ଟି ବଡ ଆହ୍ୱାନ ଦେଇଛନ୍ତି । ତଥ୍ୟ ଅନୁସାରେ ୨୪ ପ୍ରତିଶତ ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି । ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କଲୁ । ଏହାଦ୍ୱାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଫଳରେ ଡ୍ରପଆଉଟ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି ।ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ବଡ ଆହ୍ୱାନ, ବିଶେଷ କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ।

ଅଧିକ ପଢନ୍ତୁ