୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘ ତିନି ମାସ ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ବିରଳ ଲୁଣିଆ କୁମ୍ଭୀରର ପ୍ରଜନନଋତୁ ଯୋଗୁଁ ପାର୍କ ବନ୍ଦ ହୋଇଯାଇଥିଲା।ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଜାତୀୟ ଉଦ୍ୟାନଟିକୁ ଖୋଲାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ l ଏଥର ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ପ୍ରାକୃତିକ ସୋନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ୱାଚ୍ ଟାୱାର, ସେଲଫି ଜୋନ ସହ ୬୦୦ ମିଟର ସ୍କାଏ ୱାକ୍ ରାସ୍ତା ନିର୍ମାଣ କରାଯାଇଥିବା ବେଳେ, ବେସରକାରୀ ଏଜେନ୍ସି ମାଧ୍ୟମରେ ପ୍ରଥମ କରି ଚାଲିବ ବିଳାସପୂର୍ଣ୍ଣ ବୋଟ୍ ।

ଏଠାରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ବଗ ଗହନରେ ପକ୍ଷୀଙ୍କ କଳରବ, ନଦୀ କୂଳରେ ବଉଳା କୁମ୍ଭୀର ଶୋଇଥିବାର ଦୃଶ୍ୟ ଓ ବିଶେଷକରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସୂଚନାନୁସାରେ, କୁମ୍ଭୀରମାନଙ୍କର ପ୍ରଜନନକୁ ସୁଗମ କରିବା ପାଇଁ ଜାତୀୟ ଉଦ୍ୟାନ ମେ’୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପ୍ରଜନନଋତୁ ଶେଷ ହେବା ସହିତ ପାର୍କ ଆଜି ପୁନର୍ବାର ଖୋଲିବାକୁ ସ୍ଥିର ହୋଇଛି, ଯାହା ପ୍ରକୃତିପ୍ରେମୀଙ୍କ ଉତ୍ସାହ ପାଇଁ ।

ଅଧିକ ପଢନ୍ତୁ