୩ ମାସ ମଧ୍ୟରେ ଇ-କେୱାଇସି କର – ଖାଦ୍ୟ ଯୋଗାଣ ମନ୍ତ୍ରୀ

ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ ।ଯେଉଁମାନେ ଇ-କେୱାଇସି କରିନାହାଁନ୍ତି, ସେମାନଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର । କାର୍ଡଗୁଡ଼ିକ ସେହି ସମୟରେ ସସ୍‌ପେଣ୍ଡ ଅବସ୍ଥାରେ ରହିବ । ଯଦି ଏହି ସମୟରେ ଲୋକ ଇ-କେୱାଇସି ନକରନ୍ତି, ତେବେ କାର୍ଡ ଗୁଡ଼ିକ କାଟି ଦେବେ ସରକାର । ନେଟୱର୍କ ସମସ୍ୟା ଯେଉଁ ଜିଲ୍ଲା ମାନଙ୍କରେ ଥିଲା, ସେଠାରେ ସରକାର ନେଟୱର୍କ ବ୍ୟବସ୍ଥା କରିଛନ୍ତି । ବୁଷ୍ଟର ମଧ୍ୟ ଲଗାଯାଇଛି । ତଥାପି ଯଦି ହୋଇନାହିଁ, ସେମାନେ ଜିଲ୍ଲା କେନ୍ଦ୍ରରେ ଆସି ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।୫ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ

kc ads