୩ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା

ଏଥର ଖାଲି ଖରା ନୁହେଁ, ବର୍ଷା ଦିନରେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଏପ୍ରିଲ ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ କୁଆ ପଥର ହୋଇପାରେ ବୋଲି ଆଇଏମଡି ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।ସେହିପରି, ଏପ୍ରିଲ ୩୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ପୁରୀ, ଗଜପତି, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡିର ଆଞ୍ଚଳିକ କେନ୍ଦ୍ର ଏଠାରେ କହିଛି।

ପାଣିପାଗ ବିଭାଗ ଅନୁଯାୟୀ, ମେ ୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।ଏହା ସହିତ, ମେ ୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।ଉପକୂଳ ଜିଲ୍ଲାରେ ମେ ମାସ ୩ ତାରିଖ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ । ପ୍ରବଳ ପବନ ଯୋଗୁଁ ଅସୁରକ୍ଷିତ ନିର୍ମାଣ, କଦଳୀ ଗଛ ଏବଂ ଠିଆ ଫସଲର ସାମାନ୍ୟ କ୍ଷତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ

kc ads