୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ମିଳିବ ମାଗଣା ସର୍ଭାଇକାଲ୍ କ୍ୟାନସର ଟୀକା’

ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ । ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ । ଏହାପରେ ଟିକା ନେଇପାରିବେ । ୧୪ରୁ ୧୫ ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲ୍‌ରେ ୟୁୱିନ୍ ପୋର୍ଟାଲକୁ ଯାଇ ସେଠାରେ ଆଧାରକାର୍ଡ ଓ ବୟସ ପ୍ରମାଣପତ୍ର ଅପଲୋଡ୍ କରିଲା ପରେ ଏକ ଓଟିପି ଆସିବ । ପଞ୍ଜୀକରଣ ପରେ ଟିକା ନେବାକୁ ଯାଇହେବ । ଏହାବ୍ୟତୀତ ଡାକ୍ତରଖାନାକୁ ଯାଇ ସେଠାରେ ମଧ୍ୟ ପଞ୍ଜୀକରଣ କରି ଟିକା ନେଇହେବ । ତେବେ ସର୍ଭାଇକାଲ କ୍ୟାନ୍ସର ଟୀକାକରଣ କାର୍ଯ୍ୟକ୍ରମ ଫେବ୍ରୁଆରୀ ୨୮ରେ ଲଞ୍ଚ୍ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏହାକୁ ଆରମ୍ଭ କରିଥିଲେ । କିଛି ସ୍ଥାନରେ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି । ୨ ତାରିଖରେ ମଧ୍ୟ କିଛି ସ୍ଥାନରେ ଆରମ୍ଭ ହୋଇଛି ଏବଂ ୩ ତାରିଖରେ ଆରମ୍ଭ ହେବ। ଏହା ୩ ମାସ ଧରି ଚାଲିବ। ଫାର୍ଷ୍ଟ ଷ୍ଟେଜରେ ଗୋଟିଏ ଡୋଜ୍ ପାଖାପାଖି ୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ଦିଆଯିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ଅଧିକ ପଢନ୍ତୁ