ରାୟଗଡ ଜିଲ୍ଲା – ରାୟଗଡ ଟ୍ରକ ମାଲିକ ସଂଘ ଓ ନକେଟି ଭାସ୍କର ରାଓଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି . ୟୁନିଅନ ର ଟଙ୍କା ହଡପ ! ବିବାଦ କୌଣସି ମୁହର୍ତ୍ତ ରେ ଉଗ୍ର ରୂପ ନେବାର ସମ୍ଭାବନା ରହିଛି . ନକ୍ସଲ ନାମରେ ଟଙ୍କା , ୟୁନିଅନ ନାମରେ ନିଜେ ଟ୍ରାନ୍ସପୋର୍ଟ ନେବା ! , ଦୀର୍ଘ ୪୦ ବର୍ଷରେ ଟ୍ରକ ୟୁନିଅନ ର ସବୁ ଟଙ୍କା ଉଭାନ ! ଭଳି ଘଟଣାକୁ ଗୁରୁତର ସହ ନଇଛନ୍ତି ଟ୍ରକ ମାଲିକ ଓ ସଂଘ . ଏମିତିକି ଏହାକୁ ପ୍ରତିବାଦ କରି ଶେଷରେ ଆଜି ଭାସ୍କର ଙ୍କ ହାତ ଛାଡିଛନ୍ତି ସହ ସହ ସମର୍ଥକ . ବିଜେପିର ବରିଷ୍ଠ ନେତା ତଥା ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ)ଙ୍କ ତରଫରୁ ସିଲିଟିଗୁଡା ଡ୍ୟାମ ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଭାସ୍କର ଙ୍କ ହାତ ଛାଡିଥିବା ଟ୍ରକ ମାଲିକ ଓ ସାଧାରଣ କର୍ମୀ କୋଣ୍ଡା ବାବୁଙ୍କ ହାତକୁ ମଜବୁତ କରିବାକୁ ଶପଥ ନେଇଥିବା ଜଣାପଡିଛି . କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କମଳା ସାଉଁନ୍ତା, ଡମ ସମାଜର ସଭାପତି ନରେନ୍ଦ୍ର ନାଏକ, ଆଦିବାସୀ ନେତା ମାଦାରାଓ ସାରକା, ଜିଆନା ହିମିରିକା, ଚକ୍ର ବିଡିକା , କେସି ପଟ ନାୟକ , କେ ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ପୂର୍ବତନ ଟ୍ରକ ମାଲିକ ସଂଘ ସଭାପତି ତଥା ବିଜେଡ଼ି ର ବରିଷ୍ଠ ନେତା ନକେଟି ଭାସ୍କର ରାଓ ଙ୍କ ଏକାନ୍ତ ଆନୁଗତ୍ୟ ନାରଡିଵାଲି ଆଦିନାରାୟଣ । ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବେଶ୍ ଆନୁଗତ୍ୟ ଥିବା ଆଦିନାରାୟଣ, ଭାସ୍କର ରାଓଙ୍କ ହାତ ଛାଡି କୋଣ୍ଡାବାବୁ ଶିବିରରେ ସାମିଲ ହୋଇ ସମସ୍ତଙ୍କୁ ଚକିତ କରିଥିଲେ । କୋଣ୍ଡାବାବୁ ଶିବିରରେ ସାମିଲ ହେବା ପରେ ଆଦିନାରାୟଣ ବେଶ୍ ଚାଂଚଲ୍ୟକର ତଥ୍ୟ ପୂର୍ବତନ ସାଂସଦ ଶ୍ରୀରାଓଙ୍କ ବିରୋଧରେ ଖୁଲାସା କରିଛନ୍ତି । ଆଦିନାରାୟଣ, ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ ଦୀର୍ଘ ୪୦ ବର୍ଷ ଧରି ରାୟଗଡ ଟ୍ରକ ମାଲିକ ସଂଘକୁ ନିଜ କବଜାରେ ରଖି ଶ୍ରୀରାଓ, ଟ୍ରକ ମାଲିକଙ୍କ ୟୁନିଅନ ର କୋଟିକୋଟି ଟଙ୍କା ଲୁଟି କରି ଖାଇଛନ୍ତି । ଶ୍ରୀ ରାଓ କେବଳ ନିଜର ବିକାଶ ହିଁ ଦେଖିଲେ, କେବେ ବି ଟ୍ରକ ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିନାହାନ୍ତି । ବର୍ତମାନ ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ) ଟ୍ରକ ମାଲିକ ସଂଘର ସଭାପତି ହେବା ପରେ ଟ୍ରକ ମାଲିକ ସଂଘ ନାମରେ ଥିବା ବ୍ୟାଙ୍କ ଜମାଖାତାରେ ୨ କୋଟି ଟଙ୍କା ଜମା ରହିଛି ! ଯଦି ଦୁଇ ବର୍ଷରେ ୨ କୋଟି ଟଙ୍କା ଟ୍ରକ ମାଲିକ ସଂଘ ନାମରେ ରହୁଛି ତା ହେଲେ ୪୦ ବର୍ଷ ଧରି ନିଜ ଅକ୍ତିଆରରେ ରଖିଥିବା ଶ୍ରୀରାଓ, ସମସ୍ତ ଟଙ୍କା ହଡପ କରିଛନ୍ତି ବୋଲି ଆଦିନାରାୟଣ ସିଧାସଳଖ ଅଭିଯୋଗ କରିଛନ୍ତି । ବର୍ତମାନ ଶ୍ରୀରାଓଙ୍କୁ ୪୦ ବର୍ଷର ହିସାବ ମଗାଯିବ , ହିସାବ ନ ଦେଲେ ତାଙ୍କ ଘର ସମ୍ମୁଖରେ ଆନ୍ଦୋଳନ ଓ ଧାରଣା ଦିଆଯିବ ବୋଲି ଆଦିନାରାୟଣ ଦେଇଥିବା ଚେତାବନୀ କୁ ମାଲିକ ମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ଜେକେ କାଗଜ କଂପାନୀ ଏବଂ ଇମ୍ଫା ଥେରୁବାଲି କଂପାନୀରୁ ଯେପରି ସିଧାସଳଖ ଟ୍ରକ ମାଲିକ ସଂଘରୁ ଲୋଡିଂ କରିବାର ସୁଯୋଗ ଦିଆଯାଉଛି, ସେପରି ସିଧାସଳଖ ଲୋଡିଂ ବ୍ୟବସ୍ଥା ପାଇଁ ଟିକିରି ସ୍ଥିତ ଉତ୍କଳ ଆଲୁମିନା କଂପାନୀ ସହ ଯୋଗଯୋଗ କରାଯିବ ବୋଲି ୟାଲା ଭେଙ୍କେଟେଶ୍ୱର ରାଓ ପ୍ରକାଶ କରିଛନ୍ତି ।