ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ ସଫଳତା। ସରକାରଙ୍କ ଶେଷ ଟାର୍ଗେଟର ୧୦ ଦିନ ପରେ ବି ଜଂଗଲରେ ରହିଯାଇଥିବା ୪୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏହି ନକ୍ସଲମାନେ ୩୬ଟି ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି।ଏମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ମେମ୍ବର ରହିଥିବା ବେଳେ ଜଣେ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର, ୫ ଜଣ ଡିଭିସିଏମ, ୧୮ ଜଣ ଏସିଏମ ଏବଂ ୧୭ ଜଣ ପାର୍ଟି ମେମ୍ବର ରହିଛନ୍ତି। ପ୍ରକାଶ ଥାଉକି ତେଲେଙ୍ଗାନା ପୁଲିସ ନିକଟରେ ଗତ ୨୦୨୪ ମସିହାରେ ୪୭ ଜଣ ଆତ୍ମସମର୍ପଣ କରିଥିବା ବେଳେ ୩୬ଟି ବନ୍ଧୁକ, ୨୦୨୫ରେ ୫୦୯ ଜଣ ନକ୍ସଲ ସହ ୬୦ ବନ୍ଧୁକ ଏବଂ ୨୦୨୬ରେ ୨୦୫ ଜଣ ନକ୍ସଲ ଆତ୍ମସମର୍ପଣ ସହ ୨୦୬ଟି ବନ୍ଧୁକ ପୁଲିସ ନିକଟରେ ହସ୍ତାନ୍ତର କରିଛନ୍ତି। ଆଉ ଯେଉଁ ନକ୍ସଲମାନେ ଏବେ ବି ଜଂଗଲରେ ବୁଲୁଛନ୍ତି ତୁରନ୍ତ ଆତ୍ମସମର୍ପଣ କରିବାକୁ ତେଲେଙ୍ଗାନା ସରକାର ଅନୁରୋଧ କରିଛନ୍ତି।
