ଦଳୀୟ ଭିତ୍ତିରେ ହୋଇଛି NAC ଚୟନ। ପୂର୍ବ ସରକାର ଘୋଷଣା କରିଥିବା ତାଲିକାକୁ ଜାଣିଶୁଣି ୪୨କୁ ଦିଆଯାଇଛି ବାଦ। ନୂଆ NAC ଘୋଷଣା ନେଇ ଏଭଳି କହିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି ଏନ୍ଏସି ଘୋଷଣା କରିଥିଲେ । ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଯେଉଁ ଘୋଷଣା କରିଛନ୍ତି ୧୬ ଜିଲ୍ଲାର ୪୨ଟି ଏନ୍ଏସି ବାଦ ପଡ଼ିଛି । ଏବେ ସରକାର ଯେଉଁ ୨୮ଟି ଘୋଷଣା କରିଛନ୍ତି ସେଥିରେ ପୂର୍ବ ଘୋଷଣାର ମାତ୍ର ୧୨ଟି ଏନ୍ଏସି ସ୍ଥାନ ପାଇଛି । ପୂର୍ବରୁ ଘୋଷଣା ହୋଇଥିବା ୪୨ଟି ଏନ୍ଏସିକୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ । ଏହା ସହ ପୁନଃ ଘୋଷଣା ହୋଇଥିବା ସମସ୍ତ ଏନ୍ଏସିର ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି ।ଏହା ସହ କଣ୍ଟାବାଞ୍ଜିକୁ NACରୁ ମୁନିସିପାଲିଟି ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ସରକାର ଏହା ନ କଲେ ବିଜେଡି ରାଜରାସ୍ତାକୁ ଆସିବାକୁ ବାଧ୍ୟହେବ ବୋଲି କହିଛି ବିଜେଡି।
