୪୩ତମ କାଳୀ ପୂଜା ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ

ରାୟଗଡ (ନିପ୍ର) ୦୯/୧୦ – ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୪୩ ତମ କାଳୀ ପୂଜା (ଦଶ ମହାବିଦ୍ୟା) ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ ହୋଇଯାଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ନଳିନୀକାନ୍ତ ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଶୁଭ ଖୁଂଟି ସ୍ଥାପନ ବେଳେ କର୍ତା ଭାବେ ଶିବ ପଟ୍ଟନାୟକ ଓ ସହ କର୍ତା ଭାବେ ଶିବାଜୀ ଦାଶ ଉପସ୍ଥିତ ଥିଲେ । ଶୁଭ ଖୁଂଟି ସ୍ଥାପନ ପରେ ଆଜ୍ଞାମାଳ ନିମନ୍ତେ ପାଇକପଡା ସ୍ଥିତ ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ଅଭିମୁଖେ କର୍ତାଙ୍କ ସହ ସଦସ୍ୟ ମାନେ ବାହାରିଥିଲେ । ପାଇକପଡା ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଅଣାଯାଇ ମୂର୍ତି କାରିଗର ବିନୋଦ ବେହେରାଙ୍କ ତତ୍ୱାବଧାନରେ ମା କାଳୀଙ୍କର ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶୁଭ ଖୁଂଟି ସ୍ଥାପନ ସମୟରେ ସଂପାଦକ ସଂଗ୍ରାମ ପଟ୍ଟନାୟକ, ସଂଗଠନ ସଂପାଦକ ଜଗନ୍ନାଥ ପ୍ରସାଦ ରାଇଗୁରୁ, ପ୍ରସନ୍ନ କୁମାର ରାଓ, କୋଷାଧ୍ୟକ୍ଷ ଗୌରି ପଟ୍ଟନାୟକ, ସୁନିଲ କୁମାର ପାଣିଗ୍ରାହୀ, ମଦନ ମୁନ୍ନଚେଟି, ଅନିଲ ବିଶ୍ୱାଳ, ରବିନ୍ଦ୍ର ନାୟକ, ସୁବ୍ରତ ମହାପାତ୍ର, ଦିବାକର ଗୌଡ, ଭାନୁ ପ୍ରତାପ, ଅନୁପ ମହାନ୍ତି, ଦେବୀ ପ୍ରସାଦ ମହାନ୍ତି, ମନୁ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ମାସ ୨୦ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମା ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜାର୍ଚ୍ଚନା ହେବ ଏବଂ ନଭେମ୍ବର ୩୧ ତାରିଖ ଦିନ ମାଙ୍କ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ । ମାଙ୍କ ଦର୍ଶନ କରି ମାତୃକୃପା ଲାଭ କରିବା ନିମନ୍ତେ ରାୟଗଡା ସହରର ଜନସାଧାରଣଙ୍କୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସଂପାଦକ ଶିବ ପଟନାୟକ ନିବେଦନ କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital