ମୟୁରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ମଙ୍ଗଳବାର ଗିରଫ ହୋଇଛନ୍ତି । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ସସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ।ବେଲପାହାଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେ ଟଙ୍କା ହେରଫେର୍ କରିଥିବା ଅଭିଯୋଗ ହୋଇଥିଲା । ଅର୍ଥନୈତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି ।
