୪ ଦିନ ହେଲା ସୌରଭଙ୍କ ଫୋନ୍ ସୁଇଚ ଅଫ୍ ଥିବାବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ମା’ କହିଛନ୍ତି ।ଭୋର ୩ଟା ୫୦ରେ ଷ୍ଟେଶନ୍ ଛାଡ଼ିଥିଲା ବ୍ରହ୍ମପୁରରୁ ବିଶାଖାପାଟନମ୍ ଯାଉଥିବା ଟ୍ରେନ୍ । ସୌରଭଙ୍କ ଫୋନର ଲାଷ୍ଟ ଲୋକେଶନ୍ ଇଚ୍ଛାପୁରମ୍ ଦେଖାଉଛି ।ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍ଇନ୍ କରିନଥିବା ଜଣାପଡିଛି ।
ଶେଷରେ ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି । ଏହାସହିତ କୋଚି ଆଇଏନ୍ଏସ୍ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ । ସେଠାରୁ ବି ନିରାଶ ହୋଇଥିଲେ ପରିବାର ଲୋକ । ସୌରଭ ସେଠାରେ ଯୋଗ ଦେଇନଥିବା କହିଛନ୍ତି କହିଛନ୍ତି ଅଧିକାରୀ । ତେବେ ସୌରଭଙ୍କୁ ଅପହରଣ କରାଯାଇଛି ନ, ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୁଲିସ।