୪ ବର୍ଷରେ ଦନ୍ତା ନେଲାଣି ୧୫ ଜୀବନ, ଆଜି ଟ୍ରାଙ୍କୁଲାଇଜ୍‌ ଉଦ୍ୟମ ଆରମ୍ଭ

ଦନ୍ତାକୁ ଧରିବାକୁ ବନ ବିଭାଗର ବଡ଼ କସରତ। ସୁନ୍ଦରଗଡ଼ କୋଇଡ଼ା ଜାମୁଡିହି ସେକ୍ସନ ତୋଡ଼ା ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ।ହାତୀଟି ପ୍ରାୟ ୧୫ ଜଣଙ୍କୁ ଦଳି ଜୀବନ ନେଇଥିବା ବେଳେ ବହୁ ଲୋକଙ୍କୁ କଚାଡ଼ିଛି। ଏଥିସହ ବହୁ ଘରଦ୍ୱାର ଭାଙ୍ଗି ଲୋକଙ୍କୁ ବେସାହାରା କରିଥିବା ବେଳେ ଫସଲ ଖାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ହାତୀଟିକୁ କାବୁ କରିବାକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଉଦ୍ୟମ ପରେ ଆଜି ଆରମ୍ଭ ହୋଇଛି ଟ୍ରାଙ୍କୁଲାଇଜ ଉଦ୍ୟମ । ତିନିଜଣ ସାଇଣ୍ଟିଷ୍ଟଙ୍କ ସମେତ କପିଳାସ ବନ ବିଭାଗର ଗୋଟିଏ ଟିମ୍, ଭେଟେନାରୀର ଗୋଟିଏ ଟିମ୍ ରାଉରକେଲା ଆରସିଏଫଙ୍କ ସମେତ ପ୍ରାୟ ୬୦ଜଣ ବନ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ରେଡିଓକୋଲାର ମାଧ୍ୟମରେ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଉଛି। ତେବେ ହାତୀଟିର ଟ୍ରାଙ୍କୁଲାଇଜ କରାଯିବା ସମୟକୁ ଅଞ୍ଚଳବାସୀ ଖୁବ୍‌ ବ୍ୟଗ୍ର ହୋଇ ଅପେକ୍ଷା କରିଛନ୍ତି। କାରଣ ୪ ବର୍ଷ ହେଲା ସେମାନଙ୍କୁ ନାକେଦମ କରିଥିବା ହାତୀଟିକୁ ତୁରନ୍ତ ବନବିଭାଗ ସେଠାରୁ ସ୍ଥାନାନ୍ତର କରୁ ବୋଲି ସେମାନେ ଦାବି କରୁଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital