୪ ହଜାର ହେକ୍ଟର ଜଙ୍ଗଲ ଜଳିଗଲାଣି: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଯଁରେ କ୍ଷତିଗ୍ରସ୍ତ ହୋଇଛି । ଗତ ୨ ବର୍ଷରେ ୫୬ ହଜାର ୮୮୦ ହେକ୍ଟର ଜଙ୍ଗଲ ଜମିରେ ଚାରାରୋପଣ କରାଯିବ।ଚାରାରୋପଣ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର।ଏବେ ଜିପିଏସ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରାକିଙ୍ଗ କରାଯାଉଛି। ଆଧୁନିକ ଜ୍ଞାନ କୌଶଳ ଏଆଇର ବ୍ୟବହାର କରାଯାଇ ଜଙ୍ଗଲ ନିଆକୁ ରୋକାଯାଇ ପାରୁଛି ଏବଂ ଶିକାରୀଙ୍କୁ ମଧ୍ୟ ରୋକାଯାଇପାରୁଛି। ଜୀବଜନ୍ତୁ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲ ରେ ନିଆଁ କମିଛି। ଅନ୍ୟପଟେ ଗତ ୭ ବର୍ଷରେ ୪୩୨ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି । ଏନେଇ ବିଧାନସଭାର ଶୂନ୍ୟକାଳରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟ ବାହାରକୁ କାମ କରିବାକୁ ଯାଇ ପ୍ରାଣ ହରାଉଛନ୍ତି ପ୍ରବାସୀ ଶ୍ରମିକ । ୨୦୧୯ରୁ ୨୦୨୫ ମଧ୍ୟରେ ୪୩୨ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ବାହାର ରାଜ୍ୟରେ ମୃତ ପ୍ରବାସୀ ଶ୍ରମୀକଙ୍କ ମୃତଦେହ ଫେରାଇ ଆଣିଛନ୍ତି ସରକାର । ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ୧୪ଟି ପ୍ରବାସୀ ଶ୍ରମିକ ଜିଲ୍ଲାକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି । ଅନ୍ୟ ୧୬ ଜିଲ୍ଲାକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି ।

ଅଧିକ ପଢନ୍ତୁ