୫ଟାରେ ବିଜେଡି ନିଷ୍ପତ୍ତି: ତାରା ବାହିନୀପତି

ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ ।ବିଜେଡିର ସମର୍ଥନ ଲୋଡିବା ପରେ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ ।  ଅପରାହ୍ମ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି  ଜଣାଇବେ କହିଛନ୍ତି ତାରା ।ଅନ୍ୟପଟେ କଂଗ୍ରେସ ଆଲୋଚନା କରିନି ବୋଲି ବିଜେଡି କହିଛି। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି। କଂଗ୍ରେସ ଆଲୋଚନା କରିନି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ। ଆମେ ଆମ ପ୍ରସଙ୍ଗ ଉଠାଇବୁ କହିଲେ ପ୍ରମିଳା ମଲ୍ଲିକ।

ଅଧିକ ପଢନ୍ତୁ

Odisha Darpan Digital