୫ଟି ନକ୍ସଲ ବଙ୍କରକୁ ଧ୍ୱଂସ କଲେ ସୁରକ୍ଷାକର୍ମୀ ।

ମାଓ ସଂଗଠନକୁ ବଡ଼ ଝଟକା । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନରେ ମାଓବାଦୀଙ୍କ କ୍ୟାମ୍ପ ଧ୍ୱସ୍ତ ହୋଇଛି । ପାଞ୍ଚଟି ବଙ୍କର କୁ ଧ୍ୱସ୍ତ କରିଛନ୍ତି ସୁରକ୍ଷା ବାହିନୀ । ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି । ଏ ନେଇ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।ଝାଡ଼ଖଣ୍ଡ ଓଡ଼ିଶା ସୀମାନ୍ତ ଅଞ୍ଚଳ ଜରେଇକେଲା ଥାନା କୁଳପାବୁରୁ ଜଙ୍ଗଲରେ ମାଓ ଗତିବିଧି ବୃଦ୍ଧି ପାଇଥିବା ଖବର ପାଇ ଚଢ଼ାଉ କରିଥିଲେ ସୁରକ୍ଷା ବାହିନୀ । ଏହି ଅଞ୍ଚଳରେ ଟପ ମାଓ ନେତା ମିସିର ବେସରା ଓ ମୋଛୁ ସହ ଅନମୋଲ ଗୋଷ୍ଠୀ ଅଧିକ ସକ୍ରିୟ ଥିବା ଖବର ପାଇଥିଲା ଚାଇବାସା ପୋଲିସ ।

ଅଧିକ ପଢନ୍ତୁ

kc ads