୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି

ମୋଦୀ ପଠାଇବେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା । ୧୭ ତମ କିସ୍ତିର ଅର୍ଥ ରାଶି ପ୍ରଦାନ ସରିଥିବା ବେଳେ ଆସନ୍ତା ୫ ରେ ପୁଣି ମିଳିବ ପିଏମ କିସାନ କିସ୍ତି, ପିଏମ କିସାନ ଯୋଜନାର ଏହା ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ଏହି ରାଶି ପ୍ରଦାନ କରିବେ ତେବେ କୃଷି ଭବନରେ କୃଷି ଯନ୍ତ୍ରପାତି ମାନୁଫାକଚରର ମାନଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବୈଠକ କରିଛନ୍ତି । ରାଜ୍ୟସାରା ହେବାକୁ ଥିବା କୃଷି ଯନ୍ତ୍ରପାତି ମେଳା ପୂର୍ବରୁ ବୈଠକ ବସିଛି । ୨୬ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ । କେନ୍ଦୁଝର, ବଲାଙ୍ଗୀର, ଜୟପୁର ଓ ବ୍ରହ୍ମପୁରରେ ଆଞ୍ଚଳିକ ମେଳା ଆୟୋଜନ କରାଯିବ । ଚାଷରେ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

ଅଧିକ ପଢନ୍ତୁ