କୋରାପୁଟ ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଛନ୍ତି ଓଡ଼ିଶା ଭିଜିଲାନ୍ସ ଟିମ୍।ନୂଆ ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ପାଇଁ ଟଙ୍କା ଲାଞ୍ଚ ମାଗିଥିଲେ କୋରାପୁଟ ଲକ୍ଷ୍ମୀପୁର ବ୍ଲକ ସୁପରଭାଇଜର ରେଣୁକା ପଟ୍ଟନାୟକ। ସେ ଯେଉଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ସେ ନିକଟରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପରଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଆସୁଥିଲେ ରେଣୁକା । ତେବେ ଆଜି ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ତେବେ ତାଙ୍କ ପାଖରେ ଆୟବର୍ହିଭୁତ ସମ୍ପତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି।
