୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ଉଭାନ

୫୦ ଯାତ୍ରୀଙ୍କ ସହିତ ଉଡ଼ାଣ କରୁଥିବା ଏକ ବିମାନ ମଝି ଆକାଶରୁ ନିଖୋଜ ହୋଇଯାଇଛି। ରୁଷର ଆମୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଏହା ମସ୍କୋରେ ଆତଙ୍କ ସୃଷ୍ଟି କରିଛି ।ରିପୋର୍ଟ ଅନୁଯାୟୀ, ବିମାନଟି ଇରକୁଟସ୍କ ସହରରୁ ଉଡ଼ାଣ ଭରିବାକୁ ଥିଲା ଏବଂ ୟାକୁଟସ୍କରେ ପହଞ୍ଚିବାର ଥିଲା । କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ଏହା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଅନେକ ଚେଷ୍ଟା ସତ୍ତ୍ୱେ, ବିମାନ ସହିତ ଯୋଗାଯୋଗ ସ୍ଥାପନ ହୋଇପାରିଲା ନାହିଁ, ଯାହା ଫଳରେ ଦୁର୍ଘଟଣାର ସମ୍ଭାବନା ଘନିଭୂତ ହେଉଛି ।ଏହାପରେ ଶେଷ ଲୋକେସନ ଥିବା ଅଞ୍ଚଳରେ ବିମାନକୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।ବିମାନ ନିଖୋଜ ହେବା ପରେ ରୁଷ ଆପତ୍ତକାଳୀନ ମନ୍ତ୍ରଣାଳୟ ସର୍ଚ୍ଚ ଅପରେସନ ଜାରି କରିଛି । ନିଖୋଜ ବିମାନକୁ ଖୋଜିବା ପାଇଁ ହେଲିକପ୍ଟର ଏବଂ ଡ୍ରୋନ ନିୟୋଜିତ ରହିଛି । ପାଗ ଖରାପ ରହିଥିବାରୁ ଦୁର୍ଗମ ଅଞ୍ଚଳ ଯୋଗୁଁ ସର୍ଚ୍ଚ ଅପରେସନରେ ବାଧା ଉପୁଜିଛି । ତେବେ ଖବର ଜଣାପଡିବା ପରେ ଯାତ୍ରୀଙ୍କ ପରିବାର ଲୋକ ଏୟାରପୋର୍ଟରେ ଗହଳି କରିଛନ୍ତି । ବିମାନଟି ଦୁର୍ଘଟଣା ହୋଇଛି କି ଜରୁରୀ ଅବତରଣ କରିଛି, ତାହା ଏଯାଏଁ ଜଣାପଡିନାହିଁ ।

ଅଧିକ ପଢନ୍ତୁ

kc ads