ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ତେବେ ତାଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଖାସ୍ ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ର କଳା କରି ଅକ୍ଷୟଙ୍କୁ ୫୮ ତମ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ବାଲୁକା କଳାରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ପ୍ରତିକୃତି କରିଛନ୍ତି ସୁଦର୍ଶନ । ଏଥିସହ ମହାପ୍ରଭୁଙ୍କ କୃପାରୁ ଅକ୍ଷୟ କୁମାର ଦୀର୍ଘାୟୁ ହୁଅନ୍ତୁ ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଶୁଭେଛା ବାର୍ତ୍ତାରେ କହିଛନ୍ତି । ସୁଦର୍ଶନ କହିଛନ୍ତି, ” ତେବେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ତାଙ୍କର ଫିଲ୍ମ ‘ଜଲି ଏଲଏଲବି’ ୩ ଚଳିତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରୁଛି, ଯେଉଁଥିରେ ସେ ପୁଣି ଥରେ ଅର୍ଶଦ ୱସୀଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଏହା ବ୍ୟତୀତ, ପ୍ରିୟଦର୍ଶନଙ୍କ ସହ ତାଙ୍କର ପରବର୍ତ୍ତୀ ହରର୍-କମେଡି ଫିଲ୍ମ ‘ଭୂତ ବଙ୍ଗଳା’ ଏପ୍ରିଲ୍ ୨୦୨୬ରେ ମୁକ୍ତିଲାଭ କରିବ । ଅକ୍ଷୟ ଏବଂ ସୈଫ୍ ଅଲ୍ଲି ଖାନଙ୍କ ଯୋଡି ‘ହୈୱାନ୍’ ଫିଲ୍ମରେ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଏହି ଯୋଡିକୁ ପୁଣି ପରଦାରେ ଏକାଠି ଦେଖିବାକୁ ମିଳିବ । ଏହା ବ୍ୟତୀତ, ପ୍ରଶଂସକମାନେ ତାଙ୍କ ବ୍ଲକବଷ୍ଟର କମେଡି ସିରିଜ୍ ‘ହେରା ଫେରି ୩’ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି ।
