୫ ଦିନଯାଏଁ ହୋଇପାରେ ବର୍ଷା-ଘଡ଼ଘଡ଼ି

ରାଜ୍ୟରେ ଟାଇଁଟାଇଁ ଖରା ହେଉଥିବା ବେଳେ ଆସନ୍ତାକାଲି ଠାରୁ ପାଣିପାଗ ବଦଳିବ। ପାଣିପାଗ ବିଭାଗ ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି।ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଆଜି ଘଡ଼ଘଡ଼ି ବର୍ଷା ପାଇଁ କୋରାପୁଟ, ମାଲକାନଗିରି,ନବରଙ୍ଗପୁର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଏହି ଜିଲ୍ଲାରେ ୪୦ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଅଛି |୪ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ଏପ୍ରିଲ ୫ରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏପ୍ରିଲ ୫ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ଛତିଶଗଡ଼ରୁ ମଧ୍ୟପ୍ରଦେଶ ବିଦର୍ଭ ପର୍ଯ୍ୟନ୍ତ ଲମ୍ବିଛି ଟ୍ରପ୍ ଲାଇନ । ଏହାର ପ୍ରଭାବରେ ବର୍ଷା ହେବ ।

ଅଧିକ ପଢନ୍ତୁ

kc ads