୫ ଦିନ ପାଇଁ ଯୁଦ୍ଧ ସ୍ଥଗିତ କହିଲେ ଟ୍ରମ୍ପ କିନ୍ତୁ ଯୁଦ୍ଧବିରତି ହୋଇନି କହିଲା ଇରାନ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା। ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଇରାନର ଶକ୍ତି କେନ୍ଦ୍ର ଏବଂ ଏନର୍ଜି ଭିର୍ତ୍ତିଭୂମି ଉପରେ ଯେକୌଣସି ଯୋଜନାବଦ୍ଧ ଆକ୍ରମଣକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ । ଆମେରିକା କେବଳ ସମୟ ଗଡ଼ାଇବା ପାଇଁ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି ଇରାନ ଅଭିଯୋଗ କରିଛି ।

ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ଯୁଦ୍ଧବିରତି (Ceasefire) ଚୁକ୍ତି ଉପରେ ସହମତ ହୋଇନାହାନ୍ତି । ଯଦିଓ କିଛି ଆଲୋଚନା ଚାଲିଛି, ତାହା କେବଳ ଅନ୍ୟ ଦେଶମାନଙ୍କ ମଧ୍ୟସ୍ଥତାରେ ହେଉଛି । କିନ୍ତୁ ଆମେରିକା ସହ ସାମ୍ନାସାମ୍ନି କୌଣସି କଥାବାର୍ତ୍ତା ହୋଇନାହିଁ ବୋଲି ଇରାନ ମନା କରିଛି ।

ଅଧିକ ପଢନ୍ତୁ