୫ ନକଲି ମାଓବାଦୀ ଗିରଫ । ମାଓବାଦୀ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ

ହଙ୍ଗା ପଡିଲା ନିଜକୁ ମାଓବାଦୀ କହି ଲୋକଙ୍କୁ ପ୍ରଜାକୋର୍ଟରେ ଧମକ ଦେଇ ବଟି ଆଦାୟ କରିବା । ପୋଲିସ ହାତରେ ଧରାପଡିଲେ ପାଞ୍ଚ ଜଣ ନକଲି ମାଓବାଦୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।ଚିତ୍ରକୋଣ୍ଡା ଥାନା ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ବଡ଼ପଦର ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଆଉ ଦୁଇଜଣ ମାଲକାନଗିରିର ବୋଲି ଜଣାପଡ଼ିଛି । ଏହି ପାଞ୍ଚ ଜଣ ମିଶି ଲୋକଙ୍କ ଠାରୁ ମାଓବାଦୀ ନାଁରେ ଟଙ୍କା ଆଦାୟ, ଶୋଷଣ ଓ ପ୍ରଜାକୋର୍ଟରେ ଜୀବନରେ ମାରିଦେବାକୁ ଧମକ ଦେଇ ଭୟଭୀତ କରିଥିଲେ। ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଓ ୪୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଡିଏସପି ।

ଅଧିକ ପଢନ୍ତୁ