୫ ବର୍ଷରେ କେତେ ବାଘ ଅଛନ୍ତି ?

ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜୀବନ ହରାଇଛନ୍ତି ୩୪ କଲରାପତରିଆ ଏବଂ ତିନି ମହାବଳ ବାଘ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ | ତେବେ ତଥ୍ୟାନୁସାରେ, ଗତ ୫ ବର୍ଷ ଭିତରେ ରାଜ୍ୟରେ ୩୪ କଲରାପତରିଆ ବାଘଙ୍କ ଜୀବନ ଯାଇଛି ।

ଏହାମଧ୍ୟରୁ ୧୭ଟି ବାଘଙ୍କର ଶିକାରରେ ଜୀବନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘର ମୃତ୍ୟୁ ହୋଇଛି । ଏଥିସହ ବର୍ତ୍ତମାନ ରାଜ୍ୟରେ ୩୦ଟି ମହାବଳ ବାଘ ଥିବାବେଳେ, ୬୯୬ଟି କଲରାପତରିଆ ବାଘ ଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଏହି ତଥ୍ୟ ରଖିବା ସହିତ ସେମାନଙ୍କ ମୃତ୍ୟୁ ପଛର କାରଣ ମଧ୍ୟ କହିଛନ୍ତି।

ଅଧିକ ପଢନ୍ତୁ