୫ ବର୍ଷ ପାଇଁ କୌଣସି ଦରମା ନେଇ ନାହାଁନ୍ତି ମୁକେଶ ଅମ୍ବାନୀ କିନ୍ତୁ ରୋଜଗାର ଏତିକି କରନ୍ତି

ଭାରତର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ବର୍ଷ ମଧ୍ୟ ତାଙ୍କର ପାଞ୍ଚ ବର୍ଷ ପୁରୁଣା ନିଷ୍ପତ୍ତି ଜାରି ରଖିଛନ୍ତି। ଲଗାତାର ପଞ୍ଚମ ବର୍ଷ ପାଇଁ ସେ ଦରମା ନ ନେବା ନିଷ୍ପତ୍ତି ନିଷ୍ପତ୍ତି ବଜାୟ ରଖିଛନ୍ତି ଏବଂ ଆର୍ଥିକ ବର୍ଷ ୨୦୨୫(FY25) ରେ କମ୍ପାନୀରୁ କୌଣସି ଦରମା ନେଇ ନାହାଁନ୍ତି। କରୋନା ମହାମାରୀ ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ, ମୁକେଶ ଅମ୍ବାନୀ ସ୍ୱେଚ୍ଛାକୃତ ଭାବରେ ସମସ୍ତ ପ୍ରକାରର ଭତ୍ତା, ସେବା ନିବୃତ୍ତି ଲାଭ ଏବଂ ଯେକୌଣସି ପ୍ରକାରର କମିଶନ ସମେତ ନିଜର ସମ୍ପୂର୍ଣ୍ଣ ଦରମା ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

କରୋନା ପୂର୍ବରୁ, ୨୦୦୮-୦୯ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ, ମୁକେଶ ଅମ୍ବାନୀ ତାଙ୍କର ବାର୍ଷିକ ପାରିଶ୍ରମିକ ୧୫ କୋଟି ଟଙ୍କାରେ ସୀମିତ ରଖିଥିଲେ। କାରଣ ଥିଲା ପରିଚାଳନା ସ୍ତରରେ ଶିଳ୍ପରେ ଏବଂ କମ୍ପାନୀ ପାଇଁ ଏକ ବ୍ୟକ୍ତିଗତ ଉଦାହରଣ ସ୍ଥାପନ କରିବା ।ରିଲାଏନ୍ସରୁ ଦରମା ନ ନେବା ସତ୍ତ୍ୱେ, ମୁକେଶ ଅମ୍ବାନୀ ବିଶ୍ୱର ୧୮ତମ ଧନୀ ବ୍ୟକ୍ତି। ଫୋବର୍ସ ଅନୁଯାୟୀ, ୭ ଅଗଷ୍ଟ, ୨୦୨୫ ସୁଦ୍ଧା, ମୁକେଶ ଅମ୍ବାନୀଙ୍କ ମୋଟ ୧୦୩.୩ ବିଲିୟନ (୮.୬ ଲକ୍ଷ କୋଟି)।ଯଦିଓ ମୁକେଶ ଅମ୍ବାନୀ କୌଣସି ଦରମା ନେଉନାହାଁନ୍ତି, କିନ୍ତୁ ରିଲାଏନ୍ସରେ ତାଙ୍କର ୫୦.୩୩% ଅଂଶଧନ ଯୋଗୁ ସେ କମ୍ପାନୀର ଲାଭାଂଶରୁ ବହୁତ ରୋଜଗାର କରନ୍ତି।

ଅଧିକ ପଢନ୍ତୁ