ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ ଦଳର ବିଧାୟକଙ୍କ ଭୋଟ୍ ଉପରେ ନଜର ରଖାଯାଇଛି। କ୍ରସ୍ ଭୋଟିଂ ରୋକିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଘୋଷିତ ହ୍ବିପ୍ ଜାରି କରିଥିବା କୁହାଯାଉଛି। ଦଳର ବିଧାୟକମାନଙ୍କୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ବିଜେଡି ପ୍ରଥମ ପ୍ରାର୍ଥୀ ଭାବେ ଡ. ସଂତୃପ୍ତ ମିଶ୍ର ଓ ଦ୍ୱିତୀୟ ପ୍ରାର୍ଥୀ ୟୁରୋଲଜିଷ୍ଟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ରହିଛନ୍ତି। ତେବେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ କିନ୍ତୁ ଏହି ନିର୍ବାଚନରେ ଭୋଟ ନ ଦେଇ ନୀରବ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ସେ କାହାକୁ ବି ଭୋଟ ଦେବେ ଏବଂ ଏହି ନିର୍ବାଚନରେ ଅନ୍ୟ କୌଣସି ବିଧାୟକ କ୍ରସ୍ଭୋଟିଂ କରନ୍ତି, ତେବେ ତାଙ୍କ ମୁଣ୍ଡରେ ଦୋଷ ଲଦାଯାଇପାରେ ବୋଲି ଶ୍ରୀ ମହାକୁଡ ଆଶଙ୍କା କରିଛନ୍ତି।
