ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକର ପରିଣାମ ଆସିଛି । ଏଥର ରେପାରେଟ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ରେପୋ ଅପରିବର୍ତ୍ତିତ ରହିଛି । ୫.୫ ପ୍ରତିଶତରେ ସ୍ଥିର ରହିଛି ସୁଧହାର । ସୁଧ ହାର ନିର୍ଦ୍ଧାରଣ କରୁଥିବା ଆରବିଆଇର ୬ ଜଣିଆ ପ୍ୟାନେଲ, ସର୍ବସମ୍ମତିରେ ରେଟ୍ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ଜୁନ ମାସରେ ଆରବିଆଇ ସମସ୍ତଙ୍କୁ ଚକିତ କରି ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ କାମାଇଥିଲା । ଏହାସହ ସିଆରଆରକୁ ଶହେ ବେସିସ ପଏଣ୍ଟ କମାଇଥିଲା ଆରବିଆଇ ।ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି କି, ଖାଦ୍ୟ ଓ ଇନ୍ଦନକୁ ଛାଡି ଅନ୍ୟ ବସ୍ତୁର ଦର ବୃଦ୍ଧି ୪ ପ୍ରତିସତରେ ସ୍ଥିର ରହିଛି । ଯାହା ଆଶା ଅନୁସାରେ ରହିଛି । ଗତ ଦିନରେ ସୁଧ ଦରରେ ହୋଇଥିବା ପରିବର୍ତ୍ତନ ୧ ପ୍ରତିଶତ କମ୍ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ନାହିଁ । ଏହାର ପ୍ରଭାବ ଧିରେ ଧିରେ ସାମ୍ନାକୁ ଆସୁଛି । ମୌସୁମୀ ଭଲ ଥିବାରୁ ଅର୍ଥବ୍ୟବସ୍ଥା ଦ୍ରୁତ ଗତି ନେବା ଆଶା କରାଯାଉଛି । କୃଷି ଉତ୍ପାଦ ବଢିବାରୁ ଗ୍ରାମୀଣ ଦାବି ଏବଂ ଖର୍ଚ୍ଚ ବଢିବ । ଏହି ନିଷ୍ପତ୍ତିରେ କାର୍, ହୋମ୍ ଲୋନ ଏବଂ ଇଏମ୍ଆଇ ଉପରେ ପ୍ରଭାବ ପଡିବ ।
