ରାସନକାର୍ଡ ଇ-କେୱାଇସି ପରେ ଧରାପଡିଲା ସାଙ୍ଘାତିକ ତଥ୍ୟ । ୫ ଲକ୍ଷ ୭୫ ହଜାର ମୃତକଙ୍କ ନାଁରେ ରାସନ କାର୍ଡ ଥିବା ସ୍ପଷ୍ଟ ହୋଇଛି । ୧ ଲକ୍ଷ ୫ ହଜାର ଆୟକରଦାତା କାର୍ଡ ଫେରାଇଛନ୍ତି । ୬ଲକ୍ଷ ଗରିବ ଲୋକ କାର୍ଡ ପାଇଲେ । ରାସନ କାର୍ଡ ଆବେଦନ କରି ଅପେକ୍ଷାରେ ୧୪ ଲକ୍ଷ ଲୋକ ରହିଛନ୍ତି । ଧନୀ ଲୋକ କାର୍ଡ ପାଇଥିଲେ କାଟିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତ୍ୟୋଦୟ କାର୍ଡ ମଧ୍ୟ ଅନେକ ଧନୀ ଲୋକ ହାତେଇଛନ୍ତି । ଏନେଇ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛି ।
