୬୦ କିଲୋମିଟର ମହାନଦୀରେ ଭାସି ଆସିଥିବା ମହିଳା ଉଦ୍ଧାର

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଗୁରୁବାର ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଛତିଶଗଡ଼ର ପୁରଥ ନିକଟରେ ସରୋଜିନୀ ରଣବିର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିମି ଭାସି ଆସିଥିଲେ। ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ଲାଗିଥିଲେ। ମହାନଦୀକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ମିଳିଛି। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ। ୪ ବର୍ଷ ତଳେ ୨୦୨୦ ମସିହାରେ ଏଭଳି ଏକ ଘଟଣା ଘଟିଥିଲା।

ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗତିରୁ ମହାନଦୀରେ ଭାସି ଆସି ପ୍ରାୟ ୬୦ କିଲୋମିଟର ଭାସି ଆସିବା ପରେ ସୀମାବର୍ତ୍ତୀ କୁସୁମେଲଠାରୁ ଉଦ୍ଧାର ହୋଇଥିଲେ। ସୋନିକୁ ଝିଅ ଭାବେ ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଗ୍ରହଣ କରିଥିଲେ। ପରେ ସେ ତାଙ୍କର ବିବାହ କରାଇ କନ୍ୟାଦାନ କରିଥିଲେ।

ଅଧିକ ପଢନ୍ତୁ

kc ads