ମାଓମୁକ୍ତ ଦେଶ ଗଠନ ଦିଗରେ ଆଉ ଏକ ବଡ଼ ଖବର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ଏସପିଙ୍କ ପାଖରେ ୬୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ୪୫ ଜଣ ପୁରୁଷ ମାଓବାଦୀ ଅଛନ୍ତି । ସମସ୍ତ ଆତ୍ମସମର୍ପଣ ମାଓବାଦୀ ଦକ୍ଷିଣ, ପଶ୍ଚିମ ବସ୍ତର ମାଓ ସଙ୍ଗଠନର ଥିବା ସୂଚନା । ଏମାନଙ୍କ ମଧ୍ୟରୁ କିଛି ଦକ୍ଷଣି ଓଡ଼ିଶାରେ ମଧ୍ୟ ସକ୍ରିୟ ଥିଲେ ।ଏମାନଙ୍କ ମୁଣ୍ଡ ଉପରେ ୧କୋଟି ୧୯ ଲକ୍ଷର ପୁରସ୍କାର ରାଶି ରଖିଥିଲେ ସରକାର ।
