୬ ଜିଲ୍ଲାରେ ୨୮୬ଟି ରୂପାନ୍ତରିତ ହାଇସ୍କୁଲ ହେଲେ ଲୋକାର୍ପିତ

ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶା ବାସୀଙ୍କୁ ଭେଟିଦେଲେ ରାଜ୍ୟ ସରକାର । ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହୋଇଛି । ପ୍ରାୟ ୯ ଏକର ଜାଗାରେ ଏହି ଓଡିଆ ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଓଡିଆ ବିଶ୍ବବିଦ୍ୟାଳୟର ନୂତନ ସୌଧ ଲୋକାର୍ପଣ କରି ମୁଁ ବହୁତ୍ ଖୁସି।

ଓଡିଆ ଭାଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇଛନ୍ତି। ପୁରୀ ଜିଲ୍ଲା ସତ୍ୟବାଦୀ ରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ। ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର। ଏହାରି ଭିତରେ ପ୍ରଥମ ପର୍ଯ୍ୟାୟରେ ୯ ଏକର ଜମିରେ ୩୦ କୋଟି ଟଙ୍କା ବିନିମୟ ରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ।  ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଶ ସହିତ ଓଡ଼ିଆ ଭାଷା ବିକାଶର ଗାଥା କୁ ଲିପି ବଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟ ର କାନ୍ଥ ବାଡ଼ରେ।

ଅଧିକ ପଢନ୍ତୁ