୭୨ ଘଣ୍ଟା ପରେ ଯନ୍ତାରେ ପଡିଲା ଭାଲୁ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ଫାର୍ମ ହାଉସ୍‌ରେ ଆତଙ୍କ ଖେଳାଇଥିବା ଭାଲୁକୁ କାବୁ କଲା ବନ ବିଭାଗ । ଟ୍ରଙ୍କୁଲାଇଜ ଟିମ୍‌ ସହାୟତାରେ ଭାଲୁକୁ ଧରି ପିଞ୍ଜରାରେ ଭର୍ତ୍ତି କରିଛି ବୋରିଗୁମ୍ମା ବନ ବିଭାଗ ।କାବୁ କରିବାବେଳେ ରେସକ୍ୟୁ ଟିମ୍ ର ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୩ ଦିନ ହେବ ଫାର୍ମ ହାଉସରେ ଭାଲୁଟି ଆତଙ୍କ ଖେଳାଇଥିଲା। ଦୁଇ ଦିନ ହେଲା ବନ ବିଭାଗ ଭାଲୁଟିକୁ କାବୁ କରିବାକୁ ଯାଇଥିବାବେଳେ ବନ ବିଭାଗର କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। । ଦିନ ତମାମ ଚେଷ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଭାଲୁଟିକୁ ଅଚେତ ଇଞ୍ଜେକ୍ସନ ଦେଇ ଜାଲରେ ଘୋଡାଇ ପିଞ୍ଜରା ଭିତରେ ବନ୍ଦ କରାଯାଇଛି । ଭାଲୁଟିକୁ ବୁଧବାର ବୋରିଗୁମ୍ମା ରେଞ୍ଜ ଅଫିସରେ ରଖାଯିବା ନେଇ ସୂଚନା ମିଳିଛି ।

ଅଧିକ ପଢନ୍ତୁ