୭୩ ବର୍ଷୀୟା ମହିଳାଙ୍କ ପେଟରୁ ମିଳିଲା ଷ୍ଟୋନ୍ ଶିଶୁ ।

୭୩ ବର୍ଷୀୟା ମହିଳାଙ୍କ ପେଟରୁ ମିଳିଲା ଷ୍ଟୋନ୍ ଶିଶୁ । ସେ ପୁଣି ୩୦ ବର୍ଷୀୟ ଶିଶୁ ।ମହିଳାଙ୍କ ସିଟି ସ୍କାନରେ ଏହା ଜଣାପଡ଼ିଥିଲା । 

ଡାକ୍ତରଙ୍କ ମତରେ ଯେତେବେଳେ ଏକ ଭ୍ରୁଣ କ୍ୟାଲସିଫାଏଡ୍ ହୁଏ, ସେତେବେଳେ ଏହାକୁ ଲିଥୋପେଡିଅନ୍ କିମ୍ବା ପଥର ଶିଶୁ କୁହାଯାଏ । ଜୁନ୍ ୨୫ ତାରିଖରେ ‘ନନ୍ ଆସେଟିକ୍ ଥିଙ୍ଗସ୍’ ନାମକ ଏକ X ଆକାଉଣ୍ଟରେ ଏହି ଫଟୋ ସେୟାର କରାଯାଇଥିଲା । ଏଥିରେ କ୍ୟାପସନ୍‌ରେ ଲେଖାଯାଇଥିଲା, ‘‘ଏହି ସିଟି ସ୍କାନ୍ ଜଣେ ୭୩ ବର୍ଷୀୟା ମହିଳାଙ୍କର, ଯେଉଁଥିରେ ଏକ ୩୦ ବର୍ଷୀୟ କ୍ୟାଲସିଫାଏଡ୍ ଭ୍ରୁଣ ମିଳିଛି ।’’ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଲିଥୋପେଡିଅନ୍ ଏକ ରେୟାର ଚିକିତ୍ସା ଅବସ୍ଥା । ଯେଉଁଥିରେ ଗର୍ଭାଶୟ ବଦଳରେ ପେଟରେ ଭ୍ରୁଣ ବିକଶିତ ହୁଏ ଏବଂ ଯେତେବେଳେ ଏହା ମରିଯାଏ, ଶରୀର କ୍ୟାଲସିୟମ ଆବରଣ ଦେଇ ଏହାକୁ ପଥରରେ ପରିଣତ କରିଦିଏ ।

ଅଧିକ ପଢନ୍ତୁ

kc ads