୭୫ତମ ସାଧାରଣତନ୍ତ୍ର ଦିବସ ରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍ ।ଏଥର ପରେଡରେ ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା ନେତୃତ୍ୱ ନେଇଛନ୍ତି। ପରେଡ଼ରେ ମୋଟ୍‌ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି।

ଏଥିରେ ଆଇଟିବିପି, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଡ଼ିଶା ହୋମ୍‌ଗାର୍ଡ, ଆର୍‌ପିଏଫ୍‌, ସୈନିକ ସ୍କୁଲ୍‌ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ପରେଡ୍‌ରେ ଅଂଶଗ୍ରହଣ କରିଛନ୍ତି।ଆଜି ମଧ୍ୟ ସମସ୍ତ ଜିଲ୍ଲା ମୁଖ୍ୟାଳୟ, କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ସହ ଉତ୍ସାହର ସହିତ ଗଣତନ୍ତ୍ର ଦିବସ ପାଳନ କରାଯାଉଛି।

ଅଧିକ ପଢନ୍ତୁ