ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶର ମହିଳାଙ୍କୁ ମିଳିବ ବଡ଼ ଉପହାର । ଏହାରି ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ନାରୀ,ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି । ଯାହାକି ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ, ଭାରତ ଏବଂ ବିଦେଶର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।ଏପଟେ ରାଜ୍ୟରେ ମଧ୍ୟ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ । ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଗଛ ଲାଗିବ । ୪୫ ହଜାର ସ୍ଥାନରେ ଗଛ ଲଗାଇବ ଜଙ୍ଗଲ ବିଭାଗ । ୩୦ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେବେ ମନ୍ତ୍ରୀ ଓ ଜିଲ୍ଲାପାଳ । ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ଅଙ୍ଗନୱାଡି କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ସରକାର ଆବାସ ଦିବସ ବି ପାଳିବେ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀରେ ଯୋଡ଼ିହେବେ ପ୍ରଧାନମନ୍ତ୍ରୀ ।
