୭୭ ତମ ସାଧାରଣତନ୍ତ୍ର ଦିବସ, ୨୦ ପୋଲିସ କର୍ମଚାରୀଙ୍କୁ ମିଳିଲା ରାଜ୍ୟପାଳ ପଦକ

ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟପାଳ ପଦକ । ଆଜି ଏହି ଅବସରରେ ମୋଟ୍ ୨୦ ଜଣଙ୍କୁ ମିଳିଛି ରାଜ୍ୟପାଳ ପଦକ । ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ରାଜ୍ୟପାଳ ପଦକ । ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା ମହାପାତ୍ର ପାଇଲେ ପଦକ । ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ରାଜ୍ୟପାଳ ପଦକ ମିଳିଛି ।ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହୋଇଛନ୍ତି । ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନୀତ ହୋଇଛନ୍ତି । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇଲେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିଛି ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଛି ପଦକ ।

ଅଧିକ ପଢନ୍ତୁ