ରାୟଗଡ଼ ତା ୧୮/୦୯ ରାୟଗଡ଼ ଜିଲ୍ଲା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ୭୯ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଳକା, ରାୟଗଡ଼ ଦୁର୍ଗ ବିଧାୟକ କାଡ୍ରାକା ଆପଲସ୍ୱାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗୁଣୁପୁର ବିଧାୟକ ପ୍ରତିନିଧି ଶିବ ଗୌଡ଼, ଜିଲ୍ଲାପାଳ ପାରୁଲ୍ ପଟୱାରୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ଜୋନର ସଦସ୍ୟ ଓ ସଦସ୍ୟା ତଥା ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଜିଲ୍ଳାର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହେବା ସହ ଵିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରି ତାଗିଦ୍ କରିଥିଲେ ଜଣ ପ୍ରତିନିଧି।ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକର ଗତ କିଛି ଦିନ ହେଲା ମନରେଗା ଯୋଜନାରେ ବଳକା ପଡିଥିବା କାର୍ଯ୍ୟର କଞ୍ଚାମାଲ ଅର୍ଥ ବାବଦକୁ ଯେଉଁ ଭଳି ଭାବରେ କିଛି ଭେଣ୍ଡରଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଯାଇ ହଡ଼ପ କରାଯାଇଥିଲା ତାକୁ ନେଇ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁରଙ୍କୁ ପ୍ରଶ୍ନ କରିଥିଲେ କୋରାପୁଟ ସାଂସଦ ସପ୍ତଗୀରି ଉଲ୍ଲାକା ପ୍ରଶ୍ନ କରିବା ସହ ଗୋଟିଏ ବସ୍ତା ସିମେଣ୍ଟର ଦାମ ୧ ଲକ୍ଷ ୮୦ ହଜାର ଟଙ୍କା ବିଲ୍ କରି ଉଠାଇ ନେଇଥିବାର ଗୁମର ଖୋଲି ଦେଇଛନ୍ତି। ଯାହାକି ଏହାର ଉତ୍ତରରେ ଶ୍ରୀ କହଁର ଏହାର ତଦନ୍ତ ପାଇଁ କମିଟି ଗଠନ କରାଯାଇଥିବା କଥା କହିଥିଲେ।
ଏହାକୁ ନେଇ ରାୟଗଡ଼ ବିଧାୟକ ଆପଲ ସ୍ୱାମୀ କାଡ୍ରାକା ରାୟଗଡ଼ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବିଙ୍କୁ ଏହି ତଦନ୍ତ ଦାୟିତ୍ଵ ନ୍ୟସ୍ତ କରିବାକୁ ଦାବି କରିଥିଲେ । ରାୟଗଡ଼ ଜିଲ୍ଲାରେ ଗତ ୨୦୦୮ ମସିହାରୁ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାଙ୍କ ବିଶ୍ରାମ ନିମନ୍ତେ ହୋଇଥିବା ଜିଲ୍ଲା ପରିଷଦ ପରିସରରେ ଥିବା ଏହି ଅଭ୍ୟର୍ଥନା ଗୃହକୁ ଆରମ୍ଭରୁ କାଳକ୍ରମେ ମାଡି ବସି ରହିଆସିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, ଯାହାକି ଏହାର ସୂଚନା ନା ରହିଛି ବର୍ତ୍ତମାନ ଜିଲ୍ଲା ପରିଷଦର ଅଧ୍ୟକ୍ଷାଙ୍କ ନିକଟରେ ନା ରହିଛି କୌଣସି ସଦସ୍ୟ ଓ ସଦସ୍ୟାଙ୍କ ଦ୍ଵାରା ନିକଟରେ। ଏହାକୁ ନେଇ ପ୍ରଶ୍ନ କରିଥିଲେ ରାୟଗଡ଼ ବିଧାୟକ କାଡ୍ରାକା ଆପଲସ୍ୱାମୀ ଓ ପଚାରିଥିଲେ ଏହା କାହିଁକି ମାଡି ବସିଛନ୍ତି ନିର୍ବାହୀ ଅଧିକାରୀ ଓ ସଦସ୍ୟ ଓ ସଦସ୍ୟାଙ୍କ ପାଇଁ ଅନ୍ୟ କିଛି ରହିବା ଓ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି କି? ନୋଚେତ ଏହକ ତୁରନ୍ତ ଖାଲି କରି ସେମାନଙ୍କୁ ଦିଆଯାଉ । ଏହାର ଉତ୍ତର କିଚିଆଧ୍ୟ କହି ପାରିନଥିଲେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର।
ରାୟଗଡ଼ ଜିଲ୍ଲାରେ ଯେଉଁ ମୁଖ୍ୟ ଚିକିତ୍ସାଳୟ ରହିଛି ସେଠାରେ ବହୁ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ ପଦବୀ ଖାଲି ପଡ଼ିଥିବା ବେଳେ ଏହାର ଵ ବସ୍ଥ କିଭଳି କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଓ କିଛି ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଏହି ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ କିଛି ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଦୂର୍ବ୍ୟବହାର କରୁଠ ବା ନେଇ ସି ଡି ଏମ୍ ଓ ଲାଲ ମୋହନ ରାଉତରାୟନଙ୍କୁ ଅଭିଯୋଗ କରିବା ସହ ଜନ ସାଧାରଣଙ୍କୁ କିଭଳି ବ୍ୟବହାର କରାଯାଉଥିବ ତାହା ମଧ୍ୟ ସ୍ପଷ୍ଟ ହେଉଛି , ଏଭଳି ବ୍ୟବସ୍ଥାକୁ ସୁଧାରିବାକୁ ତାଗିଦ୍ କରିଥିଲେ । ରାୟଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଶିକ୍ଷାର ବିକାଶ ଅତି ନଗଣ୍ୟ କେଉଁଠି ଭିତ୍ତିଭୂମିର ଅଭାବ ରହିଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବିଦ୍ୟାଳୟ ସଂଖ୍ୟା ତୁଳନାରେ ଅତି ନଗଣ୍ୟ। କିନ୍ତୁ ଏସବୁ ସତ୍ତ୍ୱେ ଏହି ଜିଲ୍ଲାରେ ଡେପୁଟେସନ ଏକ ଦୁର୍ନୀତିର ମାଧ୍ୟମ ସାଜିଥିବା ବେଳେ , ଗୋଟାଏ ବିଦ୍ୟାଳୟରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଡେପୁଟେସନ ରେ କାର୍ଯ୍ୟ କରୁଥିବା ଭଳି ଶିକ୍ଷକ ମାନେ ଅଧିକାଂଶ ସମୟରେ କର୍ତ୍ତବ୍ୟରେ ଅବହେଳା କରୁଥିବା ନେଇ ମୁନିଗୁଡା , ଚନ୍ଦ୍ରପୁର ଓ କାଶୀପୁର ଭଳି ଉପାନ୍ତ ବ୍ଲକ ଗୁଡ଼ିକରେ ନିଜର ଆସ୍ଥାନ ଜମାଇଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ପ୍ରଶ୍ନ କରିଥିଲେ ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟା ମାନେ ଓ ଏହାକୁ ନେଇ ପ୍ରଶ୍ନ କରିଥିଲେ। ଏହା ସହ ବିଧାୟକ ଶ୍ରୀ କାଡ୍ରାକା ଶିକ୍ଷାଧିକାରୀ ଶ୍ରୀ ନାୟକଙ୍କୁ କୌଣସି ତଥ୍ୟ ନ ଧରି ଏହି ବୈଠକରେ କଣ ପାଇଁ ଯୋଗ ଦେଇଛନ୍ତି ବୋଲି ତାଗିଦ୍ କରିଥିଲ। ରାୟଗଡ଼ ଜିଲ୍ଲା ୭୫ ଭାଗ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ । ଏହା ଜିଲ୍ଲାର ୮୦ ପ୍ରତିଶତ ଆଦିବାସୀ ଗାଁ ଗହଳିରେ ରହୁଛନ୍ତି।

ସରକାରଙ୍କ ଆଦିବାସୀଙ୍କ ପ୍ରତି ଅନେକ ଯୋଜନା ସେମାନଙ୍କର ସୁଧାର ପାଇଁ କରିଥିବା ବେଳେ ଆିଯାଏଁ ପର୍ଯ୍ୟନ୍ତ ସେମାନଙ୍କର ଜୀବନଯାପନ ଶୈଳୀ ଅତି କଷ୍ଟକର। ଏହାର ସ୍ଥିତି ସୁଧାରିବା ପାଇଁ ସମସ୍ତଙ୍କର ସହଯୋଗ ଓ ସଚେତନତାର ଆବଶ୍ୟକତା ରହିଛି । ଯାହାକି ଜିଲ୍ଲା ପ୍ରଶାସନର କିଛି ଅଧିକାରୀ ଏହାକୁ ଅଣଦେଖା କରୁଛନ୍ତି। ଏଣୁ ଯେଉଁ ଅଧିକାରୀ ମାନେ ଆମ ଜିଲ୍ଲାରେ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ନାରାଜ ସେମାନେ ଜିଲ୍ଲାରୁ ଅନୁତ୍ର ଚାଲି ଯାଆନ୍ତୁ ବୋଲି ରାୟଗଡ଼ ବିଧାୟକ ଆପଲ ସ୍ୱାମୀ କାଡ୍ରାକା କହିଥିଲେ । ଏହା ସହ ଆମେ ସର୍ବଦା ଲୋକଙ୍କ ହିତ ପାଇଁ ପ୍ରଶାସନ ସହିତ ରହିବୁ ବୋଲି।ମଧ୍ୟ କହିଛନ୍ତି।ରାୟଗଡ଼ ଜିଲ୍ଲାରେ ସାମ୍ବାଦିକଙ୍କୁ ସବୁବେଳେ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ଏବଂ ପ୍ରତ୍ୟେକ ବୈଠକରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଫୋଟ ଉଠାଇ ଚାଲିଯିବା ପାଇଁ ଏକ ଲିଖିତ ନୋଟିସ୍ ଦେବା ସାଧାରଣ କଥା ହୋଇ ଯାଇଥିବା ବେଳେ । ଏହାକୁ ନେଇ ଉଭୟ ସାଂସଦ ସପ୍ତଗିରୀ ଉଲ୍ଲକା ଓ ବିଧାୟକ ଆପଲ ସ୍ୱାମୀ କାଡ୍ରାକା ବିରୋଧ କରିବା ସହ ସାମ୍ୱାଦିକ ପ୍ରଶାସନ , ସରକାର ଓ ଜନତାଙ୍କ ମଧ୍ୟରେ ଖବର ପହଞ୍ଚାଇବାର ମାଧ୍ୟମ ତେଣୁ ସମସ୍ତ ବୈଠକରେ ସାମ୍ୱାଦିକ ମାନେ ରହି ବୈଠକର ସମସ୍ତ ଆଲୋଚନା ଓ ତର୍କ ବିତର୍କ କୁ ଲୋକ ଲୋଚନକୁ ଅନାନ୍ତୁ ବୋଲି କହିବା ସହ ସାମ୍ୱାଦିକଙ୍କ ପାଇଁ ସମସ୍ତ ବୈଠକରେ ରହିବା ପାଇଁ ଅନୁମତି ଦିଆଯାଉ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।