ଚର୍ଚ୍ଚାରେ ପୁଣି ବାଲେଶ୍ୱର ଜିଲ୍ଲା । ଫକୀରମୋହନ ଛାତ୍ରୀ ମୃତ୍ୟୁ ଘଟଣା ସମସ୍ତଙ୍କ ମନରୁ ଲିଭିନଥିବା ବେଳେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ୭ ବର୍ଷର ନାବାଳିକାକୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ । ତେବେ ଗତ ରବିବାର ଦିନ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ ଉଠାଇ ଆଣି ଦୁଷ୍କର୍ମ କରିଥିଲେ । ଖବର ଅନୁଯାୟୀ, ଗତ ରବିବାର ଦିନ ଉକ୍ତ ନାବାଳିକା ଜଣକ ପଡ଼ୋଶୀଙ୍କ ଘରକୁ ଯିବା ସମୟରେ ଅଭିଯୁକ୍ତ କରୁଣାକର ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ଚିତ୍କାର ଶୁଣି ପଡୋଶୀ ପିଉସୀ ଆସି ଅଭିଯୁକ୍ତ ଜେଜେବାପାଙ୍କ ଠାରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାପରେ ବାପା ଓ ମାଆ ଆଗରେ ଘଟଣା ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ସମସ୍ତ କଥା କହିଥିଲେ । ପରିବାର ଲୋକେ ମଙ୍ଗଳବାର ଏ ସମ୍ପର୍କରେ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ଅଭିଯୁକ୍ତ ଜଣକୁ ଅଟକ ରଖିଛନ୍ତି ।
