୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା ! ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ

୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା। ବନ୍ଧା ହୋଇଥିବା ମହିଳାଙ୍କୁ ନିଜ ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧା ମାଆ ଓ ବାପା।ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ ହୋଇଥିଲେ। ପରବର୍ତ୍ତୀ ସମୟରେ ତିନି ଝିଅଙ୍କୁ ହସ୍ତାଙ୍କ ବୃଦ୍ଧ ବାପାମାଆଙ୍କ ପାଖରେ ଗାଁରେ ଛାଡ଼ି ଏହି ଦମ୍ପତି ପୁଣି ମୁମ୍ବାଇ ଫେରି ଯାଇଥିଲେ।ହେଲେ ହସ୍ତାଙ୍କୁ ମୁମ୍ବାଇରେ ଜଣେ ପରିବାର ହାତକୁ ଟେକି ଦେଇଥିଲା ସ୍ୱାମୀ ପ୍ରେମା। ପରେ ହସ୍ତାଙ୍କୁ ମୁମ୍ବାଇରୁ ଦୁବାଇ ନେଇଯାଇଥିଲେ ସେହି ପରିବାର। ଘରୁ ମୁମ୍ବାଇ ଯିବାର ୧୦ ବର୍ଷ ହୋଇଯାଇଥିଲେ ବି ଥରୁଟିଏ ଫେରି ନାହାନ୍ତି ସେ। ବୃଦ୍ଧ ବାପାମାଆ କେତେବେଳେ ଝିଅ ହସ୍ତାକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି ତ ଆଉ କେତେବେଳେ କାନ୍ଦି କାନ୍ଦି ନିଜ ମା’କୁ ଦେଖିବାକୁ ବିକଳ ହେଉଛନ୍ତି ତିନି ଝିଅ। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉପ-ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇ ଯୁବତୀଙ୍କୁ ଦୁବାଇରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଅଧିକ ପଢନ୍ତୁ