ମଦ୍ୟପ ବାପାର ନୃଶଂସ କାଣ୍ଡ । ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ବାପା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଶିଶୁକନ୍ୟାକୁ ମାରିଥିବା ଜଣାପଡିଛି ।ସୂଚନାନୁଯାୟୀ, ସ୍ୱାମୀ କାମଧନ୍ଦା ନକରି ଘରେ ବସୁଥିଲା ତେବେ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ୭ ମାସର ଶିଶୁକୁ ସେଠାରେ ଜହ୍ଲାଦ ବାପା କଚାଡ଼ି ମାରିଦେଇଛି ।
ଏହାପରେ ସ୍ଥାନୀୟ ଲୋକେ ଉଠିଆସି ଅଭିଯୁକ୍ତ ସ୍ୱାମୀଙ୍କୁ ଖୁବ ପିଟିଛନ୍ତି । ଏଥିରେ ଅଭିଯୁକ୍ତ ଆହତ ହୋଇପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପଚରାଉଚରା କରୁଛି ।