୭ ମାସ ତଳେ ବିବାହ କରିଥିବା ମୌସୁମୀଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ସ୍ବାମୀ ଶରତଙ୍କ ସମେତ ଶାଶୁଘର ଲୋକେ ଘରଛାଡ଼ି କେଉଁଆଡ଼େ ପଳାଇଯାଇଛନ୍ତି। ଫଳରେ ଝିଅ ମଧୁସ୍ମିତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ସଦର ଥାନା ସିମିନଇ ଗ୍ରାମର ସରୋଜ କୁମାର ସିଂହ ସୋମବାର ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏପଟେ ମୌସୁମୀଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ତଦନ୍ତ ଆରମ୍ଭ କରିଛି ଟାଉନ୍ ଥାନା ପୋଲିସ୍ । ମୃତ ମୌସୁମୀଙ୍କର ଦିଅର ସୂରଜ ମହାପାତ୍ର ଦୀର୍ଘ ବର୍ଷ ହେବ ଜଣେ ଛାତ୍ର ନେତା ଭାବେ ବେଶ ଜଣାଶୁଣା । ସେଥିପାଇଁ ରାଜନୈତିକ ଚାପରେ ବଶବର୍ତ୍ତୀ ନହୋଇ ଉଚିତ ତଦନ୍ତ କରାଯିବା ସହ ଝିଅକୁ ନ୍ୟାୟ ଦେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି ମୃତ ନବବଧୂଙ୍କ ପରିବାର ଲୋକେ ।ଅଭିଯୋଗ ସମ୍ପର୍କରେ ଟାଉନଥାନା ଅଧିକାରୀ କହିଛନ୍ତି, ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ୫ଜଣଙ୍କ ନାମରେ ନୂତନ ଆଇନ ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ଘରେ ନାହାନ୍ତି। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଅଧିକ ପଢନ୍ତୁ