ରାଜ୍ୟରେ ୭,୨୦୪ଟି ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ନିଲାମ ହୋଇଛି। ୩,୧୫୯ଟି ସରକାରୀ ଗାଡି ସ୍ପ୍ରାପ୍ ହୋଇଛି। ଗୁରୁବାର ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଚାଳିତ ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ସଂଖ୍ୟା ୮,୧୮୩ । ସେଥିମଧ୍ୟରୁ ଏମଏସଟିସି ପୋର୍ଟାଲ ମାଧ୍ଯମରେ ୭,୨୦୪ ଗାଡି ନିଲାମ ହୋଇଛି ଓ ୩,୧୫୯ଟି ସରକାରୀ ଗାଡି ସ୍କ୍ରାପ୍ କରାଯାଇଛି ।ସେହିଭଳି ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି । ୨୦୨୪-୨୫ ସୁଦ୍ଧା ୫୮୫ ଚେକ୍ ଡ୍ୟାମ୍ ନିର୍ମାଣ କାମ ଶେଷ ହେବ । ଜଳ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
