୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି।

କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ କି ରିଲ୍ସ କରିପାରିବେ ନାହିଁ ବୋଲି ନିକଟରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ନିର୍ଦ୍ଦେଶ ଦେଇଥିଲେ।

ରିଲ୍ସ କରିବାକୁ ମନା କରାଯିବା ସତ୍ତ୍ବେ କିଛି ପର୍ଯ୍ୟଟକ ଏହାକୁ ଅଣଦେଖା କରିଥିଲେ। ଯେଉଁ କାରଣରୁ ୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି। ସେମାନଙ୍କ ଠାରୁ ଜୋରିମାନା ରାଶି ଆଦାୟ ହୋଇଛି। ରି‌ପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀଙ୍କ ରିଲ୍ସ ପ୍ରତିବଦ୍ଧକ ପରେ ସରକାରୀ ପାଣ୍ଠିରେ ୩୦ହଜାର ଟଙ୍କାର ଜମା ହୋଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ