୮୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ମହିଳା ଗିରଫ

ନ୍ୟାସନାଲ ସାଇବରକ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (NCRP) ମାଧ୍ୟମରେ CB ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତଙ୍କ ସମାନ ବ୍ୟାଙ୍କ ଆକାଉଣ୍ଟ କେରଳ ଏବଂ ଗୁଜରାଟରେ ଆଉ ଦୁଇଟି ସାଇବର ଠକେଇ ମାମଲାରେ ବ୍ୟବହୃତ ହୋଇଥିଲା । କାରବାର ବିବରଣୀ ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଯାଞ୍ଚ କରିବା ପରେ, ଅତିରିକ୍ତ ଏସପି ରିତେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ଦିଲ୍ଲୀରେ ଡେରା ପକାଇଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ବିବରଣୀ ଯାଞ୍ଚ କରିବା ପରେ, ଦକ୍ଷିଣ ଦିଲ୍ଲୀରୁ ବନ୍ଦନା ବାୱା ନାମକ ଅପରାଧୀକୁ ସଫଳତାର ସହ ଚିହ୍ନଟ କରି ଗିରଫ କରିଛନ୍ତି ।ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ‘101 Stock Discussion Group’ ନାମକ ଏକ ଅଜଣା ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ଯୋଡା ଯାଇଥିଲା, ଯାହାର ନେତୃତ୍ୱ ଜଣେ ବ୍ୟକ୍ତି ନେଉଥିଲେ । ସେ ନିଜକୁ ପ୍ରଫେସର ଭାବରେ ପରିଚୟ ଦେଉଥିଲେ । ଏହାପରେ ଅଭିଯୁକ୍ତମାନେ ପୀଡିତଙ୍କୁ ଷ୍ଟକ୍ ଟ୍ରେଡିଂ ଟିପ୍ସ, IPO ମାର୍ଗଦର୍ଶନ ଏବଂ ନିବେଶ କରିବା ବାହାନାରେ ଦୁଇଟି ୱେବ୍ ଲିଙ୍କ ସେୟାର କରି ସେଥିରେ କିଛି ଟଙ୍କା ପଞ୍ଜିକରଣ କରିବାକୁ ରାଜି କରାଇଥିଲେ ବୋଲି ଅଭିଯୋଗ ହୋଇଛି । ଠକମାନେ ଧୀରେ ଧୀରେ ବ୍ୟକ୍ତିଙ୍କ ବିଶ୍ୱାସ ହାସଲ ଲକରିବା ସହିତ ତାଙ୍କୁ ବିଭିନ୍ନ ତାରିଖରେ ଅନେକ କାରବାର ମାଧ୍ୟମରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ପିଏନବି ଏବଂ ଅନ୍ୟାନ୍ୟ ବ୍ୟାଙ୍କରେ ଥିବା ଠକମାନଙ୍କ ବିଭିନ୍ନ ଆକାଉଣ୍ଟରେ ପ୍ରାୟ ୮୭ ଲକ୍ଷ ଟଙ୍କା ଜମା କରିବାକୁ ପ୍ରବର୍ତ୍ତାଇଥିଲେ ।

ନ୍ୟାସନାଲ ସାଇବରକ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (NCRP) ମାଧ୍ୟମରେ CB ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତଙ୍କ ସମାନ ବ୍ୟାଙ୍କ ଆକାଉଣ୍ଟ କେରଳ ଏବଂ ଗୁଜରାଟରେ ଆଉ ଦୁଇଟି ସାଇବର ଠକେଇ ମାମଲାରେ ବ୍ୟବହୃତ ହୋଇଥିଲା । କାରବାର ବିବରଣୀ ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଯାଞ୍ଚ କରିବା ପରେ, ଅତିରିକ୍ତ ଏସପି ରିତେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ଦିଲ୍ଲୀରେ ଡେରା ପକାଇଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ବିବରଣୀ ଯାଞ୍ଚ କରିବା ପରେ, ଦକ୍ଷିଣ ଦିଲ୍ଲୀରୁ ବନ୍ଦନା ବାୱା ନାମକ ଅପରାଧୀକୁ ସଫଳତାର ସହ ଚିହ୍ନଟ କରି ଗିରଫ କରିଛନ୍ତି ।

ଅଧିକ ପଢନ୍ତୁ