୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ

ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ।ଜୁଲାଇ ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍‌ ହେବ। ଏନେଇସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା। ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା।ତେବେ ଏହି ସଭାପତି ରେସରେ ଅନେକଙ୍କ ନାମ ଥିବା ବେଳେ, ମନମୋହନକୁ ଆଉ ଥରେ ସଭାପତି ଭାବରେ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

କାରଣ ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବାରେ ସଫଳ ହୋଇଛି। ତାହା ପୁଣି ଏକାକି। ତେଣୁ ମନମୋହନଙ୍କୁ ଦଳ ପୁଣି ଥରେ ରାଜ୍ୟ ସଭାପତି ଭାବରେ ଚୟନ କରିପାରେ।

ଅଧିକ ପଢନ୍ତୁ

kc ads