କଟକ ଜିଲ୍ଲା ତିଗିରିଆ ବ୍ଲକ୍ କଣ୍ଠିପୁର ଗ୍ରାମର ଏକ ନାଳରେ ଜାଲରେ କିଛି ଲୋକ ମାଛ ଧରୁଥିବା ସମୟରେ ଗୋଟିଏ ଅଜଗର ସାପ ମାଛଜାଲରେ ପଡିଯାଇଥିଲା। ସାପକୁ ଦେଖି ଲୋକେ ସ୍ନେକ ହେଲ୍ପଲାଇନର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେଇଥିଲେ ।ସେ ଘଟଣା ସ୍ଥଳରେ ପହଞ୍ଚି ଏକ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୮ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଥିଲେ। ସାପଟିର ବୟସ ୪ ବର୍ଷ ହୋଇଥିବା ବେଳେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ ସୂଚନା ଦେଇଥିଲେ ।
ପରେ ସେ ସାପକୁ ନେଇ ନୁଆସଡକ ନିକଟସ୍ଥ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ। ପ୍ରବଳ ବର୍ଷା ଯୋଗୁ ସାପଟି ଜଙ୍ଗଲରୁ ବର୍ଷାଜଳରେ ଭାସି ଆସିଥିବା କୁହାଯାଉଛି।