ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ।ମନରେଗା ବିଲ୍ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗାଇସିଲେଟ JE ସୁସ୍ମିତା ଓରାମ ବିଲ୍ କରିବାକୁ ପୂର୍ବତନ ସରପଞ୍ଚଙ୍କ ଠାରୁ ଲାଞ୍ଚ ନେଉଥିଲେ । ପୂର୍ୱରୁ ଛପି ରହିଥିବା ବରଗଡ ଭିଜିଲାନ୍ସ ଟିମ ପହଞ୍ଚି ନଗଦ ଟଙ୍କା ଜବତ କରିଛି । ସୁସ୍ମିତା ଓରାମଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରହିଛି ।
