୯୨ ବର୍ଷରେ ପ୍ରଥମ; IMAରେ ଟ୍ରେନିଂ ନେବେ ମହିଳା କ୍ୟାଡେଟ୍ସ

ଡେରାଡୁନର ଭାରତୀୟ ସାମରିକ ଏକାଡେମୀ (ଆଇଏମଏ)ରେ ୯୨ ବର୍ଷରେ ପ୍ରଥମଥର ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୨୦୨୫ରେ ମହିଳା ଅଫିସର କ୍ୟାଡେଟମାନଙ୍କୁ ସାମିଲ କରାଯିବ।ଉଲ୍ଲେଖଯୋଗ୍ୟ, ଆଇଏମ୍‌ଏ ଦେଶର ଏକମାତ୍ର ସୈନ୍ୟ ଏକାଡେମୀ, ଯେଉଁଠି ଆଜି ଯାଏ ମହିଳାଙ୍କୁ ଟ୍ରେନିଂ ଦିଆଯାଉ ନଥିଲା ।

୨୦୨୫ ଜୁଲାଇରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଖଡଗବାସଲାରୁ ମହିଳାଙ୍କ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ୍ ହେବ । ଏହାପରେ ମହିଳା ଅଧିକାରୀଙ୍କୁ ତିନି ସେନାର ଭିନ୍ନ ଭିନ୍ନ ଟ୍ରେନିଂ ପାଇଁ ଅଲଗା ଅଲଗା ସଂସ୍ଥାକୁ ପଠାଯିବ । ଆଇଏମ୍‌ଏ ଏବେ ମହିଳାଙ୍କ ଅଧିକାରୀଙ୍କ ପାଇଁ ନିଜ କବାଟ ଖୋଲିଦେଇଛି ଓ ପ୍ରଶିକ୍ଷଣ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଇଏମଏରେ ମହିଳା ଅଫିସର କ୍ୟାଡେଟମାନଙ୍କ ପାଇଁ ଅଲଗା ରହିବାର ବ୍ୟବସ୍ଥା ରହିଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆଇଏମଏ ଅଧିକାରୀମାନେ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ), ଚେନ୍ନାଇ, ବାୟୁସେନା ଏକାଡେମୀ, ଡୁଣ୍ଡିଗଲ୍ ଏବଂ ଭାରତୀୟ ନୌସେନା ଏକାଡେମୀ, ଏଜିମାଲା ସମେତ ଅନେକ ତାଲିମ ଏକାଡେମୀ ପରିଦର୍ଶନ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital