୯୭୧କୋଟିରେ ନିର୍ମିତ ନୂଆ ସଂସଦ ଭବନ ଛାତରୁ ଗଳୁଛି ପାଣି

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ସମୟରେ ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ଯାହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଭାଜପାକୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟିର ବ୍ୟବସ୍ଥା କରାଯାଇଛି ।ମଣିକମ୍ ତାଙ୍କ ଟ୍ୱିଟର(ଏକ୍ସ) ରେ ଲେଖିଛନ୍ତି କି, ବାହାରେ ପେପର ଲିକ୍, ଭିତରେ ୱାଟର ଲିକ୍ ।

ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସଂସଦର ଲବି ହଲରେ ଛାତରୁ ପାଣି ଗଳୁଛି ଯାହା ସଂସଦରେ ମୌସୁମୀ ସମ୍ବନ୍ଧୀୟ ସମସ୍ୟାକୁ ଉଜାଗର କରୁଛି ।ସୂଚନାଯୋଗ୍ୟ ୯୭୧କୋଟି ଟଙ୍କା ବ୍ୟୟରେ ୨୦୨୨ ମସିହା ଅଗଷ୍ଟ ୨୨ରେ ନୂଆ ସଂସଦ ଭବନ କାମ ଶେଷ ହୋଇଥିଲା । ଏହାପରେ ପୁରା ପ୍ରୋଜେକ୍ଟ କାମ ୨୦୨୩ ମେ ୨୦ରେ ଶେଷ ହେବା ପରେ ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଥିଲେ । ବର୍ତ୍ତମାନ ଏହି ସଂସଦ ଭବନର ଛାତରୁ ପାଣି ଗଳିବା ପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଅଧିକ ପଢନ୍ତୁ