ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି।୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଥିବା ନେଇ ସେ ପ୍ରକାଶ କରିଛନ୍ତି।ଆଉ ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟ ସରକାରର ଶାସନକୁ ୯ ମାସ ପୁରିଛି।
