ୱକଫ୍‌ ସମ୍ପୂର୍ଣ୍ଣ ଆଇନ୍‌ ଉପରେ ରୋକ୍‌ ଲଗାଇବାର ଆବଶ୍ୟକତା ନାହିଁ-ସୁପ୍ରିମକୋର୍ଟ

ୱକଫ୍‌ ଆଇନ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସମ୍ପୂର୍ଣ୍ଣ ଆଇନ୍‌ ଉପରେ ରୋକ୍‌ ଲଗାଇବାର ଆବଶ୍ୟକତା ନାହିଁ । ବଳବତ୍ତର ରହିବ ଆଇନ୍‌, କିଛି ପ୍ରାବଧାନରେ କଟକଣା । ଧାରା ୩୭୪ ଉପରେ ଲାଗିଲା କଟକଣା । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ୱାକଫ୍‍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍‍ ।କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଆଦେଶ ୱାକଫ ଆଇନର ବୈଧତା ଉପରେ ଚୂଡ଼ାନ୍ତ ମତାମତ ହେବ ନାହିଁ ।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମ୍ପୂର୍ଣ୍ଣ ଆଇନକୁ ସ୍ଥଗିତ କରିବାର କୌଣସି ଆଧାର ନାହିଁ । କିନ୍ତୁ କିଛି ବ୍ୟବସ୍ଥାକୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦିଆଯାଉଛି। ଟ୍ରିବ୍ୟୁନାଲର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ କୌଣସି ପକ୍ଷ ବିରୋଧରେ ତୃତୀୟ ପକ୍ଷ ଅଧିକାର ସୃଷ୍ଟି କରାଯାଇପାରିବ ନାହିଁ । ଜିଲାପାଳଙ୍କୁ ଏପରି ଅଧିକାର ଦେଉଥିବା ବ୍ୟବସ୍ଥା ସ୍ଥଗିତ ରହିବ । କୋର୍ଟ ୱାକଫ ବୋର୍ଡର ସଦସ୍ୟ ହେବା ପାଇଁ ଅତି କମରେ ୫ ବର୍ଷ ପାଇଁ ଇସଲାମ ପାଳନ କରିବାର ସର୍ତ୍ତ ରଖିଥିବା ବ୍ୟବସ୍ଥା ଉପରେ ସ୍ଥଗିତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ ଏହି ବ୍ୟବସ୍ଥାକୁ ଏ ସମ୍ପର୍କରେ ଉପଯୁକ୍ତ ନିୟମ ନହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ନାହିଁ ।

ଅଧିକ ପଢନ୍ତୁ

Odisha Darpan Digital